ଆପଣଙ୍କୁ ଆବଶ୍ୟକ ଥିବା AI ଦକ୍ଷତା, ଆପଣଙ୍କ ଆବଶ୍ୟକତାନୁସାରେ ପ୍ରଦାନ କରାଯାଉଛି
ଏହି ବର୍ଷର ଶେଷ ଭାଗରେ ଆରମ୍ଭ ହେବାକୁ ଯାଉଥିବା ଭାରତର Google AI Educator Series, K-12 ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରର ସମସ୍ତ ଶିକ୍ଷକଙ୍କ ପାଇଁ NEP 2020 ସହ ସମନ୍ୱିତ ମାଗଣା AI ସାକ୍ଷରତା ପ୍ରଶିକ୍ଷଣ ପ୍ରଦାନ କରେ। ଆପଣଙ୍କ ସମୟସୂଚୀ ସହ ସୁସଙ୍ଗତ ଭାବରେ ପ୍ରସ୍ତୁତ କ୍ଷୁଦ୍ର ଶିକ୍ଷଣ ସତ୍ରମାନଙ୍କ ମାଧ୍ୟମରେ Google ଠାରୁ ଶିଖନ୍ତୁ।
AI ଦକ୍ଷତା ବିକାଶ ପାଇଁ ଏକ ଅନନ୍ୟ ଆଭିମୁଖ୍ୟ
ଶିକ୍ଷା କ୍ଷେତ୍ରରେ AIର ପ୍ରକୃତ ପ୍ରଭାବ ସୃଷ୍ଟି କରିବା ପାଇଁ ଶିକ୍ଷକମାନଙ୍କୁ ଅଗ୍ରଣୀ ଭୂମିକା ନେବାକୁ ପଡ଼ିବ। ଏହି ସହଜରେ ବୁଝିହେବା ଯୋଗ୍ୟ, ଶିକ୍ଷକ-କେନ୍ଦ୍ରିତ ଏବଂ ଗତିଶୀଳ AI ସାକ୍ଷରତା ପ୍ରଶିକ୍ଷଣ ସେହି ଲକ୍ଷ୍ୟକୁ ସାକାର କରିବାରେ ସହାୟକ ହୁଏ।
Google AI Educator Series ଇଂରାଜୀ, ହିନ୍ଦୀ, ମରାଠୀ, ତେଲୁଗୁ, ଆସାମୀୟ, ଓଡ଼ିଆ ଏବଂ ପଞ୍ଜାବୀ ଭାଷାରେ ଉପଲବ୍ଧ ହେବ।
ଆପଣଙ୍କ ସମୟସୂଚୀକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି
K-12 ପାଇଁ କେବଳ 15 ମିନିଟ ଏବଂ ଉଚ୍ଚ ଶିକ୍ଷା ପାଇଁ 45 ମିନିଟରେ, ଶ୍ରେଣୀକକ୍ଷରେ ବ୍ୟବହାରଯୋଗ୍ୟ Geminiର ଏକ ବ୍ୟବହାରିକ ଉଦାହରଣ ଶିଖନ୍ତୁ ଏବଂ ନିଜର ନୂତନ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ବ୍ୟାଜ୍ ଅର୍ଜନ କରନ୍ତୁ।
ଶିକ୍ଷକମାନଙ୍କ ଆବଶ୍ୟକତାକୁ କେନ୍ଦ୍ର କରି
ଶିକ୍ଷାବିତ ଓ ଅଧ୍ୟାପକମାନଙ୍କ ପାଇଁ ଉଦ୍ଦିଷ୍ଟ ISTE+ASCD ମାନଦଣ୍ଡ ଏବଂ ସେମାନଙ୍କର 'AI-ରେଡି ଗ୍ରାଜୁଏଟ' ପ୍ରୋଫାଇଲ ସହିତ ଆଲାଇନ ହୋଇଥିବା ସେସନଗୁଡ଼ିକ ମାଧ୍ୟମରେ ବ୍ୟବହାରିକ ଦକ୍ଷତା ହାସଲ କରନ୍ତୁ।
ନିୟମିତ ବିଷୟବସ୍ତୁ ଅଦ୍ୟତନ
ସେପ୍ଟେମ୍ବର ମାସରୁ ଆରମ୍ଭ କରି ପ୍ରତି ମାସର ପ୍ରଥମ ବୁଧବାର ଦିନ ନୂଆ ବିଷୟବସ୍ତୁ ରିଲିଜ ହେବ।
AI-ପ୍ରଧାନ ଭବିଷ୍ୟତ ପାଇଁ ଉଚ୍ଚ ଶିକ୍ଷାକୁ ପ୍ରସ୍ତୁତ କରିବା
ଶିକ୍ଷାଦାନରେ ପରିବର୍ତ୍ତନ ଆଣିବା ଏବଂ ଶିକ୍ଷାଗତ ପରିଣାମକୁ ଉନ୍ନତ କରିବା ପାଇଁ ଉଚ୍ଚ ଶିକ୍ଷାରେ Gemini ବ୍ୟବହାରର ସର୍ବୋତ୍ତମ ପଦ୍ଧତିଗୁଡ଼ିକ ବିଷୟରେ ଜାଣନ୍ତୁ।
ଶିକ୍ଷା ଅନୁଭବକୁ ସମୃଦ୍ଧ କରୁଥିବା ଦକ୍ଷତା
ଉଚ୍ଚ ଶିକ୍ଷାରେ ଅର୍ଥପୂର୍ଣ୍ଣ ଶିକ୍ଷଣ ଅନୁଭବ ସୃଷ୍ଟି କରିବା ଏବଂ ଦୈନିକ କାର୍ଯ୍ୟଗୁଡ଼ିକୁ ଅଧିକ ସରଳ ଓ କାର୍ଯ୍ୟକ୍ଷମ କରିବା ପାଇଁ AI ବ୍ୟବହାର କରିବା ଶିଖନ୍ତୁ। ଏଥିରେ କଗ୍ନିଟିଭ ଏନଗେଜମେଣ୍ଟ, ଇନକ୍ଲୁସିଭ ଡିଜାଇନ ଏବଂ ଛାତ୍ର ସପୋର୍ଟ, ଏଜେଣ୍ଟିକ ୱାର୍କଫ୍ଲୋ ଏବଂ ସଂସ୍ଥାଗତ ପ୍ରଭାବ ଭଳି କ୍ଷେତ୍ରଗୁଡ଼ିକ ଅନ୍ତର୍ଭୁକ୍ତ।
ଆପଣଙ୍କ ଆବଶ୍ୟକତାନୁସାରେ ପ୍ରସ୍ତୁତ ଏକ ଶିକ୍ଷଣ ପଥ
Google Learning Center ମାଧ୍ୟମରେ 45 ମିନିଟର ସେସନରେ ଲାଇଭ ଯୋଗାଇ ଦିଆଯାଉଥିବା କିମ୍ୱା ସେଲ୍ଫ ସର୍ଭ ଦ୍ୱାରା କ୍ରମାନୁସାରେ ନୁହେଁ ବରଂ ନିଜ ସୁବିଧା ଅନୁଯାୟୀ ଶିଖନ୍ତୁ। ସଫଳତାର ସହ ସମ୍ପୂର୍ଣ୍ଣ କରିବା ପରେ, Google ଟୁଲଗୁଡ଼ିକ ସହ ଆପଣଙ୍କ AI ସାକ୍ଷରତାକୁ ଡିସପ୍ଲେ କରୁଥିବା ଡିଜିଟାଲ ବେଜ ଆକାରରେ ସ୍ୱୀକୃତି ପାଇବେ।
ଫାଉଣ୍ଡେସ୍ନାଲ ଅଣ୍ଡରଷ୍ଟାଣ୍ଡିଂ
AI ସହ ନିଜର ଯାତ୍ରା ଆରମ୍ଭ କରୁଥିବା ଶିକ୍ଷକମାନଙ୍କ ପାଇଁ। ସେସନଗୁଡ଼ିକ Geminiକୁ ଫୋକସ କରିଥିବା ଏକ ଏଣ୍ଟ୍ରି ପଏଣ୍ଟ ପ୍ରଦାନ କରେ।
ଶିକ୍ଷାଦାନ ସମ୍ବନ୍ଧୀୟ ପ୍ରୟୋଗ
ଫଳାଫଳ-ଆଧାରିତ ଶିକ୍ଷା ପାଇଁ ଶିକ୍ଷାଦାନ, ଶିକ୍ଷଣ, ଯୋଜନା ପ୍ରସ୍ତୁତି ଏବଂ ମୂଲ୍ୟାଙ୍କନରେ ପରିବର୍ତ୍ତନ ଆଣିବା ନିମନ୍ତେ ଅଧ୍ୟାପକମାନେ Geminiକୁ ଏକ ଶିକ୍ଷାଦାନ ସହାୟକ ଉପକରଣ ଭାବରେ ବ୍ୟବହାର କରିବା ଶିଖିବେ।
ପ୍ରଶାସନିକ କ୍ଷେତ୍ରରେ
ପ୍ରୟୋଗ
ପ୍ରଶାସନିକ କାର୍ଯ୍ୟଗୁଡ଼ିକୁ ଅଧିକ ସରଳ ଓ କାର୍ଯ୍ୟକ୍ଷମ କରି ସମୟ ସଞ୍ଚୟ କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ Gemini ବ୍ୟବହାରର ସର୍ବୋତ୍ତମ ପଦ୍ଧତିଗୁଡ଼ିକ ବିଷୟରେ ଜାଣନ୍ତୁ।
Gemini ସହ ନିଜର ପ୍ରଭାବ ସୃଷ୍ଟି କରିବାକୁ ପ୍ରସ୍ତୁତ କି?
ସୁଯୋଗ ହାତଛାଡ଼ା କରନ୍ତୁ ନାହିଁ – ବିସ୍ତୃତ ଏବଂ ମାଗଣା AI ସାକ୍ଷରତା ପ୍ରଶିକ୍ଷଣର ସମ୍ପୂର୍ଣ୍ଣ ଲାଭ କିପରି ନେବେ, ସେଥିପାଇଁ ସଦା ଅବଗତ ରହିବାକୁ ସାଇନ୍ ଅପ୍ କରନ୍ତୁ।
ପ୍ରତ୍ୟେକ K-12 ଶିକ୍ଷକଙ୍କ ପାଇଁ AI ସାକ୍ଷରତା
ଶିକ୍ଷାଦାନ ପାଇଁ ଅଧିକ ସମୟ ପାଇବା ନିମନ୍ତେ ରୂପାନ୍ତରମୂଳକ ଶିକ୍ଷଣ ଅନୁଭବ ସୃଷ୍ଟି କରିବା ଏବଂ ପ୍ରଶାସନିକ କାର୍ଯ୍ୟଭାର କମେଇବା ପାଇଁ AIକୁ କିପରି ବ୍ୟବହାର କରିବେ, ତାହା ଶିଖନ୍ତୁ।
ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅନୁଭବ ଏବଂ ପ୍ରଭାବକୁ ବୃଦ୍ଧି କରନ୍ତୁ
ଛାତ୍ରଛାତ୍ରୀଙ୍କ ଶିକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ, ସ୍ତର-ଉପଯୁକ୍ତ
"ବ୍ୟବହାରିକ ଚ୍ୟାଲେଞ୍ଜ" ଗୁଡ଼ିକରେ AIକୁ ଏକ ଶିକ୍ଷାଦାନ ସହାୟକ ଉପକରଣ ଭାବରେ ଅନୁସନ୍ଧାନ କରନ୍ତୁ। ଶ୍ରେଣୀକକ୍ଷରେ Gemini ବ୍ୟବହାରର ସର୍ବୋତ୍ତମ ପଦ୍ଧତିଗୁଡ଼ିକ ବିଷୟରେ ଜାଣନ୍ତୁ।
AI ସାକ୍ଷରତା ହାସଲ କରିବା ପାଇଁ ଆପଣଙ୍କ ଶିକ୍ଷଣ ପଥ
Google Learning Center ମାଧ୍ୟମରେ 15 ମିନିଟର, କ୍ରମାନୁସାରୀ ନୁହେଁ ଏପରି ସତ୍ରଗୁଡ଼ିକ ସହ ନିଜ ସୁବିଧା ଅନୁଯାୟୀ ଶିଖନ୍ତୁ। ସଫଳତାର ସହ ସମ୍ପୂର୍ଣ୍ଣ କରିବା ପରେ, Google ଟୁଲଗୁଡ଼ିକ ସହ ଆପଣଙ୍କ AI ସାକ୍ଷରତାକୁ ପ୍ରଦର୍ଶନ କରୁଥିବା ବ୍ୟାଜ୍ ଆକାରରେ ସ୍ୱୀକୃତି ପାଆନ୍ତୁ।
ଫାଉଣ୍ଡେସ୍ନାଲ ଅଣ୍ଡରଷ୍ଟାଣ୍ଡିଂ
କୃତ୍ରିମ ବୁଦ୍ଧିମତ୍ତା (AI) ସହ ନିଜର ଯାତ୍ରା ଆରମ୍ଭ କରୁଥିବା ଶିକ୍ଷକମାନଙ୍କ ପାଇଁ ପ୍ରସ୍ତୁତ ଏହି ସତ୍ରଗୁଡ଼ିକ Geminiକୁ କେନ୍ଦ୍ର କରି AI ବିଷୟରେ ଜାଣିବା ପାଇଁ ଏକ ପ୍ରାରମ୍ଭିକ ସୁଯୋଗ ପ୍ରଦାନ କରେ। ଶିକ୍ଷକମାନେ ନବୀନତାକୁ ଅନୁସନ୍ଧାନ କରିବେ ଏବଂ ଏକ ଦୃଢ଼ ବୃତ୍ତିଗତ ଭିତ୍ତି ଗଢ଼ି ତୋଳିବେ।
ଶିକ୍ଷାଦାନ ସମ୍ବନ୍ଧୀୟ ପ୍ରୟୋଗ
ନିର୍ଦ୍ଦେଶନାତ୍ମକ କେନ୍ଦ୍ରବିନ୍ଦୁ: ରୂପାନ୍ତରମୂଳକ ଶିକ୍ଷଣ ଅନୁଭବ ସୃଷ୍ଟି କରିବା ପାଇଁ ଶିକ୍ଷକମାନେ Geminiକୁ ଏକ ଶିକ୍ଷାଦାନ ସହାୟକ ଉପକରଣ ଭାବରେ ବ୍ୟବହାର କରିବା ଶିଖିବେ। ସତ୍ରଗୁଡ଼ିକ ସ୍ତର-ଉପଯୁକ୍ତ ଏବଂ ବିଷୟ-ନିର୍ଦ୍ଦିଷ୍ଟ ଉଦାହରଣ ମାଧ୍ୟମରେ "ବ୍ୟବହାରିକ ଚ୍ୟାଲେଞ୍ଜ" ଗୁଡ଼ିକର ସମାଧାନ ଉପରେ କେନ୍ଦ୍ରିତ ହେବ।
ପ୍ରଶାସନିକ କ୍ଷେତ୍ରରେ
ପ୍ରୟୋଗ
ସତ୍ରଗୁଡ଼ିକ କାର୍ଯ୍ୟକ୍ଷେତ୍ରରେ Gemini ବ୍ୟବହାର ଏବଂ ବ୍ୟକ୍ତିଗତ ଶିକ୍ଷଣ ଓ ବିକାଶ ପାଇଁ ସର୍ବୋତ୍ତମ ପଦ୍ଧତିଗୁଡ଼ିକ ଉପରେ ଆଲୋଚନା କରିବ। ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ପରିବାର ଏବଂ ସମୁଦାୟ ସହଭାଗିତା, ମତାମତ ଓ ମୂଲ୍ୟାଙ୍କନ, ଏବଂ ବୃତ୍ତିଗତ ବିକାଶ ଓ ଶିକ୍ଷଣ ଅନ୍ତର୍ଭୁକ୍ତ ଅଛି।
Gemini ସହ ନେତୃତ୍ୱ ନେବାକୁ ପ୍ରସ୍ତୁତ କି?
ଏହା K-12 ଶିକ୍ଷକମାନଙ୍କ ବୃତ୍ତିଗତ ଶିକ୍ଷଣ ପାଇଁ ଏକ ଐତିହାସିକ ପଦକ୍ଷେପ। ମାଗଣା ଏବଂ ବ୍ୟାପକ AI ସାକ୍ଷରତା ପ୍ରଶିକ୍ଷଣର ସମ୍ପୂର୍ଣ୍ଣ ଲାଭ କିପରି ନେବେ, ତାହା ଜାଣିବା ପାଇଁ ସାଇନ୍ ଅପ୍ କରନ୍ତୁ।
ଶିଖିବା ଏବଂ ଅନ୍ୟମାନଙ୍କ ସହ ଯୋଡ଼ି ହେବା ପାଇଁ ଅଧିକ ସୁଯୋଗ ଅନ୍ୱେଷଣ କରନ୍ତୁ
ସାଧାରଣ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
ଏହି ସିରିଜ ଆଧୁନିକ ଶ୍ରେଣୀକକ୍ଷ ପାଇଁ ଆବଶ୍ୟକ ଉପକରଣ ସହ ସମଗ୍ର ଭାରତର ଶିକ୍ଷକମାନଙ୍କୁ ସହାୟତା କରିବା ପ୍ରତି ଆମର ଦୀର୍ଘଦିନର ପ୍ରତିବଦ୍ଧତାର ଏକ ଅଂଶ। ଏହି ସିରିଜ ଶିକ୍ଷକମାନଙ୍କୁ AI ବିଷୟରେ ଏକ ଦୃଢ଼ ଭିତ୍ତି ପ୍ରଦାନ କରେ, ଯାହାଦ୍ୱାରା ସେମାନେ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରଯୁକ୍ତିକୁ ସୁରକ୍ଷିତ, ଦାୟିତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବାରେ ଉତ୍ତମ ଭାବେ ମାର୍ଗଦର୍ଶନ କରିପାରିବେ। ଆମର ଲକ୍ଷ୍ୟ କେବଳ ପ୍ରଯୁକ୍ତି ନୁହେଁ, ବରଂ AI ସାଧାରଣ ହୋଇଯାଉଥିବା ବିଶ୍ୱରେ ନେତୃତ୍ୱ ଦେବାର ଆତ୍ମବିଶ୍ୱାସ ସହ ଶିକ୍ଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ପରିବର୍ତ୍ତିତ କାର୍ଯ୍ୟଜଗତ ପାଇଁ ପ୍ରସ୍ତୁତ କରିବା।
Google ଏହି ଶୃଙ୍ଖଳାର ପ୍ରଯୁକ୍ତିଗତ ସହଭାଗୀ ଅଟେ। Gemini for Education ଏବଂ NotebookLM ପରି Google ସାଧନଗୁଡ଼ିକ ସହ ବ୍ୟବହାରିକ ଅନୁଭବ ମାଧ୍ୟମରେ ମୂଳ AI ଧାରଣା, ସମାଲୋଚନାତ୍ମକ ଚିନ୍ତନ ଦକ୍ଷତା ଏବଂ ଦାୟିତ୍ୱଶୀଳ ବ୍ୟବହାର ଶିଖାଇବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ଆମ ଭାରତୀୟ ସହଭାଗୀମାନଙ୍କ ସହ ମିଶି ଉନ୍ନତ କରାଯିବ, ଯାହା ଶିକ୍ଷକମାନଙ୍କୁ ପ୍ରଯୁକ୍ତିକୁ ବ୍ୟାପକ ଭାବରେ ବୁଝିବା ଏବଂ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ AIର ସୁରକ୍ଷିତ ଓ ପ୍ରଭାବଶାଳୀ ବ୍ୟବହାର ପାଇଁ ମାର୍ଗଦର୍ଶନ କରିବାରେ ସହାୟତା କରିବ। ଏହା ଭାରତର ପ୍ରତ୍ୟେକ ଶିକ୍ଷକଙ୍କୁ ଉଚ୍ଚମାନର AI ସାକ୍ଷରତା ପ୍ରଶିକ୍ଷଣ ଉପଲବ୍ଧ କରାଇବା ଉଦ୍ୟମର ଏକ ବିସ୍ତାର ଏବଂ ଶ୍ରେଣୀକକ୍ଷ ପାଇଁ ଆବଶ୍ୟକ ଦକ୍ଷତାରେ ସେମାନଙ୍କୁ ସଜ୍ଜିତ କରିବା ପାଇଁ ରଚିତ।
ଏହି ଶୃଙ୍ଖଳା Gemini for Education ଏବଂ NotebookLM ପରି Google ସାଧନଗୁଡ଼ିକ ସହ ବ୍ୟବହାରିକ ଅନୁଭବ ମାଧ୍ୟମରେ ମୂଳ AI ଧାରଣା, ସମାଲୋଚନାତ୍ମକ ଚିନ୍ତନ ଦକ୍ଷତା ଏବଂ ଦାୟିତ୍ୱଶୀଳ ବ୍ୟବହାର ଶିଖାଇବା ପାଇଁ ପ୍ରସ୍ତୁତ। ... ସମସ୍ତ ବିଷୟବସ୍ତୁ Google for Education Learning Center ମାଧ୍ୟମରେ ସ୍ୱ-ଅଧ୍ୟୟନ ସତ୍ର କିମ୍ବା ବିସ୍ତୃତ ପ୍ରଶିକ୍ଷକ ନିର୍ଦ୍ଦେଶିକା ଭାବରେ ଉପଲବ୍ଧ ରହିବ। ଉଭୟ ବିକଳ୍ପରେ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଏବଂ ସଫଳ ସମାପ୍ତି ପରେ ଏକ ଡିଜିଟାଲ ବ୍ୟାଜ୍ ଅନ୍ତର୍ଭୁକ୍ତ ରହିବ।
ପ୍ରଥମ ମୂଳ ସତ୍ର ସମୂହ 2026 ମସିହାର ପରବର୍ତ୍ତୀ ସମୟରେ ପ୍ରକାଶିତ ହେବ। ପ୍ରାରମ୍ଭିକ ଉନ୍ମୋଚନ ପରେ, ଏହି ଶୃଙ୍ଖଳାକୁ ସଦା ଅଦ୍ୟତନ ରଖିବା ପାଇଁ ନୂତନ ବିଷୟବସ୍ତୁ ନିୟମିତ ଭାବରେ ପ୍ରକାଶ କରାଯିବ।
ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମାଗଣା। ପ୍ରଶିକ୍ଷଣ ଶେଷରେ, ଶିକ୍ଷକମାନେ ନିଜର ବୁଝାମଣା ଏବଂ ଅର୍ଜିତ ଦକ୍ଷତାକୁ ପ୍ରଦର୍ଶନ କରିବା ପାଇଁ ଡିଜିଟାଲ ବ୍ୟାଜ୍ ପାଇବେ।
- ଏହି କାର୍ଯ୍ୟକ୍ରମଟି ଭିନ୍ନ, କାରଣ ଏହା ଶିକ୍ଷକମାନଙ୍କର ଶିକ୍ଷଣ ପ୍ରକ୍ରିୟା ଏବଂ ସେମାନଙ୍କ ପାଖରେ ଉପଲବ୍ଧ ସମୟକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି।
- ଶିକ୍ଷକମାନଙ୍କୁ ନିଜସ୍ୱ ସମୟ ତ୍ୟାଗ କରିବାକୁ ବାଧ୍ୟ କରିବା ପରିବର୍ତ୍ତେ, ଏହି କାର୍ଯ୍ୟକ୍ରମଟି NEP 2020 ସହ ସମନ୍ୱିତ ଏବଂ ନିଜ ଗତି ଓ ସୁବିଧା ଅନୁଯାୟୀ ସମ୍ପୂର୍ଣ୍ଣ କରିପାରିବା ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି।
- ଏହି ପ୍ରଶିକ୍ଷଣରେ ଛୋଟ ଛୋଟ, କ୍ରମାନୁକ୍ରମିକ ନୁହେଁ ଏପରି ମାଇକ୍ରୋ-ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ଅଛି, ଯାହା ଶିକ୍ଷକମାନଙ୍କର ସମୟସୂଚୀ ସହ ସହଜରେ ମେଳ ଖାଇବା ପାଇଁ ପ୍ରସ୍ତୁତ କରାଯାଇଛି।
- ଏହି ପ୍ରଶିକ୍ଷଣ ଶିକ୍ଷକ ଓ ଅଧ୍ୟାପକମାନଙ୍କ ପାଇଁ, ସେମାନଙ୍କ ସହଯୋଗରେ ପ୍ରସ୍ତୁତ କରାଯାଉଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସେମାନେ କିପରି ଏହାକୁ ନିଜ ସମୟସୂଚୀରେ ସହଜରେ ଅନ୍ତର୍ଭୁକ୍ତ କରିପାରିବେ ଏବଂ ସେମାନେ କିପରି ସର୍ବୋତ୍ତମ ଭାବରେ ଶିଖନ୍ତି, ତାହାକୁ ଧ୍ୟାନରେ ରଖିବା।
- ଆଦୌ ନୁହେଁ; ଆମର ଭୂମିକା ହେଉଛି ସହାୟତା କରିବା। ଆମେ ବିଶ୍ୱାସ କରୁ ଯେ AI ଶିକ୍ଷକମାନଙ୍କ ପାଇଁ ଏକ ଶକ୍ତିଶାଳୀ ସହାୟକ ହୋଇପାରେ, ଯାହାପୁନରାବୃତ୍ତିମୂଳକ କାର୍ଯ୍ୟଗୁଡ଼ିକୁ ସମ୍ଭାଳି ସେମାନଙ୍କୁ ନିଜର ସର୍ବୋତ୍ତମ କାର୍ଯ୍ୟ—ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ସମ୍ପର୍କ ଗଢ଼ିବା—ଉପରେ ଅଧିକ ସମୟ ଦେବାର ସୁଯୋଗ ପ୍ରଦାନ କରେ।
- ଏହି କାର୍ଯ୍ୟକ୍ରମଟି ଶିକ୍ଷାଦାନ ପେଶାକୁ ଅଧିକ ସାର୍ଥକ ଏବଂ ସ୍ଥାୟୀ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା ଶିକ୍ଷକମାନଙ୍କୁ ଏହି ପରିବର୍ତ୍ତନକାରୀ ସାଧନଗୁଡ଼ିକ ବ୍ୟବହାର କରିବାରେ ସଚେତନ ଏବଂ ସଶକ୍ତ କରିବା ସହ, ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ AIକୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ଶିଖାଇବାରେ ସହାୟତା କରେ।
ଯଦି ଆପଣ Google AI ପ୍ରଶିକ୍ଷଣ ବିକଳ୍ପଗୁଡ଼ିକ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ, ତେବେ ଆପଣ ଏହି ପୃଷ୍ଠାରେ ଥିବା ଆଗ୍ରହ ପଞ୍ଜୀକରଣ ଫର୍ମ ପୂରଣ କରିପାରିବେ।
- K-12 ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ର ପାଇଁ ସମଗ୍ର ଭାରତରେ ‘ଟ୍ରେନ-ଦି-ଟ୍ରେନର’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମଗୁଡ଼ିକ ଶିକ୍ଷକମାନଙ୍କୁ ନିଜ ଅଞ୍ଚଳରେ ସାକ୍ଷାତ୍ ପ୍ରଶିକ୍ଷଣ ପରିଚାଳନା କରିବାରେ ସହାୟତା କରିବ।
- ଯଦି ଆପଣ ‘ଟ୍ରେନ-ଦି-ଟ୍ରେନର’ କାର୍ଯ୍ୟକ୍ରମ ସମେତ Google AI ପ୍ରଶିକ୍ଷଣ ବିକଳ୍ପଗୁଡ଼ିକ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ, ତେବେ ଏହି ପୃଷ୍ଠାରେ ଥିବା ଆଗ୍ରହ ପଞ୍ଜୀକରଣ ଫର୍ମ ପୂରଣ କରିପାରିବେ।
ଆମେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ସହଯୋଗ ମାଧ୍ୟମରେ ଏକ ଦୃଢ଼ ଭିତ୍ତି ସ୍ଥାପନ କରିବା ପାଇଁ ଭାରତ ଏବଂ ଯୁକ୍ତରାଷ୍ଟ୍ରରୁ ଏହି ପଦକ୍ଷେପ ଆରମ୍ଭ କରୁଛୁ। ପ୍ରଶିକ୍ଷଣଗୁଡ଼ିକୁ ଅଧିକ ଉନ୍ନତ କରିବା ପାଇଁ ଆମେ ଶିକ୍ଷକମାନଙ୍କଠାରୁ ପ୍ରାରମ୍ଭିକ ଅନୁଭବ ଓ ମତାମତ ସଂଗ୍ରହ କରୁଛୁ, ଏବଂ ପରବର୍ତ୍ତୀ ସମୟରେ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପାଖକୁ ଏହି ପଦକ୍ଷେପଗୁଡ଼ିକୁ ବିସ୍ତାର କରିବାକୁ ଆଶା କରୁଛୁ।
- ଆମେ ବୁଝୁଛୁ ଯେ ତୁରନ୍ତ ଉତ୍ତର ପାଇବା ପାଇଁ AI ସାଧନଗୁଡ଼ିକ ଉପରେ ନିର୍ଭର କରିବା ଅତ୍ୟନ୍ତ ସହଜ। ତଥାପି, ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ସମୟରେ ଆମେ ଜାଣିଲୁ ଯେ ଅନେକେ କେବଳ ଉତ୍ତର ପାଇବା ନୁହେଁ, ବରଂ ବିଷୟକୁ ଗଭୀର ଭାବରେ ବୁଝିବା ପାଇଁ AI ସାଧନ ସହ ସକ୍ରିୟ ଭାବରେ ଯୋଗାଯୋଗ କରିବାର ସୁଯୋଗ ଚାହାନ୍ତି। ସେମାନେ ଏପରି ଏକ ସାଧନ ଚାହାନ୍ତି ଯାହା ଏକ ଅଧ୍ୟୟନ ସହଯୋଗୀ ଭାବରେ କାମ କରି ସେମାନଙ୍କ ଶିକ୍ଷା ଯାତ୍ରାରେ ଗଭୀର ବୁଝାମଣା ବିକଶିତ କରିବାରେ ସହାୟତା କରିବ।
- ଆମେ ଲୋକମାନଙ୍କ ପାଇଁ ଶିକ୍ଷାଗ୍ରହଣକୁ ସହଜ କରିବା ଉଦ୍ଦେଶ୍ୟରେ Geminiକୁ ବିକଶିତ କରିଛୁ। ଉଦାହରଣ ସ୍ୱରୂପ, Geminiର ‘Guided Learning’ ସୁବିଧା ସିଧାସଳଖ ଉତ୍ତର ପାଇବା ଏବଂ କୌଣସି ସହାୟତା ବିନା ଏକ ଧାରଣାକୁ ବୁଝିବା ପାଇଁ ସଂଘର୍ଷ କରିବା ମଧ୍ୟରେ ଏକ ସନ୍ତୁଳିତ ପଥ ପ୍ରଦାନ କରେ। ଆମର ଆଶା ଯେ ଏହା ଲୋକମାନଙ୍କୁ କଠିନ ବିଷୟଗୁଡ଼ିକ ସହ ଅଧିକ ଗଭୀର ଭାବରେ ଜଡିତ ହୋଇ ସେମାନଙ୍କ ସମାଲୋଚନାତ୍ମକ ଚିନ୍ତନ କ୍ଷମତାକୁ ପ୍ରକୃତ ଅର୍ଥରେ ବିକଶିତ କରିବାରେ ସହାୟତା କରିବ।
- ଏହି ସାଧନଟି LearnLM ଦ୍ୱାରା ମଧ୍ୟ ସମର୍ଥିତ, ଯାହା ଶିକ୍ଷା ପାଇଁ ବିଶେଷ ଭାବରେ ବିକଶିତ ଆମ ମଡେଲଗୁଡ଼ିକର ଏକ ପରିବାର। LearnLMକୁ ଶିକ୍ଷକ ଏବଂ ଶିକ୍ଷଣ ପଦ୍ଧତି ବିଶେଷଜ୍ଞମାନଙ୍କ ସହଯୋଗରେ ବିକଶିତ କରାଯାଇଛି ଏବଂ ଏଥିରେ ଏମିତି ଶିକ୍ଷଣ ବିଜ୍ଞାନ ନୀତିଗୁଡ଼ିକ ସମ୍ମିଳିତ ଅଛି, ଯାହା ସକ୍ରିୟ ଶିକ୍ଷଣକୁ ପ୍ରୋତ୍ସାହନ ଦିଏ, ଶିକ୍ଷାର୍ଥୀଙ୍କୁ ମାନସିକ ଭାର ପରିଚାଳନାରେ ସହାୟତା କରେ, ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଖାପ ଖୁଆଏ, ଉତ୍ସୁକତା ବୃଦ୍ଧି କରେ ଏବଂ ଆତ୍ମ-ପ୍ରତିଫଳନମୂଳକ ଚିନ୍ତନକୁ ଉତ୍ସାହିତ କରେ। ଆମେ ଏହି ଶିକ୍ଷଣ ସମ୍ବନ୍ଧୀୟ ନୀତିଗୁଡ଼ିକୁ ଆମ ମଡେଲର ମୂଳରେ ସାମିଲ କରିବାକୁ ଚାହୁଁଥିଲୁ, କାରଣ ଆମେ ଦେଖିଛୁ ଯେ AI ଯେତେବେଳେ ଶିକ୍ଷଣ ଦୃଷ୍ଟିକୋଣରୁ ଅଧିକ ସୁଦୃଢ଼ ହୁଏ, ସେତେବେଳେ ଏହା ଶିକ୍ଷା ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ।
- ଏହି ପ୍ରଶ୍ନଗୁଡ଼ିକୁ ଧ୍ୟାନରେ ରଖି AI ସାଧନଗୁଡ଼ିକର ମୂଲ୍ୟାଙ୍କନ କରିବା ପାଇଁ ଆମେ Digital Promise ସହ ମିଶି ଏକ ମୂଲ୍ୟାଙ୍କନ ଢାଞ୍ଚା ପ୍ରସ୍ତୁତ କରିଛୁ। ଏହି ଢାଞ୍ଚା ଶିକ୍ଷା, ପ୍ରଯୁକ୍ତି ଏବଂ ଗବେଷଣା କ୍ଷେତ୍ରର 50ରୁ ଅଧିକ ସ୍ୱାଧୀନ ବିଶେଷଜ୍ଞଙ୍କ ଅନୁଭବ ଓ ମତାମତ ଉପରେ ଆଧାରିତ ହୋଇ AIର ରୂପରେଖା ପ୍ରସ୍ତୁତି ଏବଂ କାର୍ଯ୍ୟକାରୀକରଣ ପାଇଁ ସୁପାରିଶ ଓ ସମ୍ପଦ ପ୍ରଦାନ କରେ।